୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ ମିଳିବ କାର ସବସିଡି

ଓଡ଼ିଶା ସରକାର ‘ଆମ ସୁବାହକ ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆଗାମୀ ୪ବର୍ଷ ମଧ୍ୟରେ ଏହି ଯୋଜନାରେ ନିର୍ଦ୍ଦିଷ୍ଟ ବର୍ଗର ମାତ୍ର ୧୧୦୦ଜଣ ମହିଳାଙ୍କୁ କାର(ଟ୍ୟାକ୍ସି) କିଣିବା ପାଇଁ ସର୍ବାଧିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ପ୍ରଦାନ କରିବେ ସରକାର । ହିତାଧିକାରୀଙ୍କୁ କାର କିଣିବା ପାଇଁ ଅତିକମରେ ୧ଲକ୍ଷ ଟଙ୍କା ମୂଳଧନ ଦେବାକୁ ପଡ଼ିବ ଏବଂ ୫ବର୍ଷ ମଧ୍ୟରେ ବ୍ୟାଙ୍କଋଣ ସୁଝିବାକୁ ମଧ୍ୟ ପଡ଼ିବ । ଏସବୁ ବ୍ୟତୀତ ଇଲେକ୍ଟ୍ରିକ କାର(ଇଭି) କ୍ରୟ କଲେ ସରକାର ଅଧିକ ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ଦେବେ । ମହିଳା ଡ୍ରାଇଭରଙ୍କୁ ପ୍ରୋତ୍ସାହନ ପାଇଁ ‘ଆମ ସୁବାହକ ଯୋଜନା’ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହିଳା ( Women) ଡ୍ରାଇଭରଙ୍କ ସମେତ ସୁଭଦ୍ରା ହିତାଧିକାରୀ, କ୍ରୁଟ୍ ବସ ଡ୍ରାଇଭର, ମହିଳା ଏସଏଚଜି ସଦସ୍ୟାମାନଙ୍କୁ କାର(ଟ୍ୟାକ୍ସି) କିଣାଇବାରେ ସରକାର ସହଯୋଗ ଯୋଗାଇ ଦେବେ । ବ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ କାର କିଣିବା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ମହିଳାମାନେ ଋଣର ୧୦ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ଟଙ୍କା ମୂଳଧନ ଦେଇ କାର କିଣିବେ । ଏହି ବ୍ୟାଙ୍କ ଋଣର କିସ୍ତିକୁ ୫ବର୍ଷ ମଧ୍ୟରେ ପରିଶୋଧ କରିବେ । ରାଜ୍ୟ ସରକାର ବ୍ୟାଙ୍କ ଋଣ ଉପରେ ବାର୍ଷିକ ୧୧ପ୍ରତିଶତ ସୁଧ ଯୋଗାଇ ଦେବେ । ବାଣିଜ୍ୟ ଓ ପରିବହନ ବିଭାଗର ଏହି (Subahak yojana) ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବିଭାଗର ଯୋଜନା ଅନୁସାରେ, ରାଜ୍ୟ ସରକାରଙ୍କ ୪ଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ଏବେ ସୁଦ୍ଧା ଡ୍ରାଇଭିଂ ଟ୍ରେନିଂ ନେଇଥିବା ୬୨୧୬ଜଣ ମହିଳାଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି । ମାତ୍ର ଆଗାମୀ ୪ବର୍ଷରେ ମୋଟ ୧୧୦୦ ଜଣ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରଥମ ବର୍ଷରେ ୨୦୦ଜଣ, ଦ୍ୱିତୀୟ ବର୍ଷରେ ୨୫୦ଜଣ, ତୃତୀୟ ବର୍ଷରେ ୩୦୦ଜଣ ଏବଂ ଚତୁର୍ଥ ବର୍ଷରେ ୩୫୦ଜଣ ମହିଳାଙ୍କୁ ଏହି କାର କିଣିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ । ଯଦି ଇଭି ଗାଡ଼ି କିଣିବେ ତେବେ (Government Schemes Odisha) ସରକାରୀ ପ୍ରୋତ୍ସାହନ ବାବଦକୁ ଅଧିକ ୨ଲକ୍ଷ ଟଙ୍କା ମଧ୍ୟ ମିଳିବ।