ମୋନ୍ଥାରେ ୩୩_ବ୍ଲକ୍‌_୧୧_ସହରାଞ୍ଚଳ_ପ୍ରଭାବିତ

ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବାତ୍ୟା ପରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ହେବ | ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ | *ବାତ୍ୟା ମନ୍ଥା ପରେ ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ | ଖୁବ ଶୀଘ୍ର ଆକଳନ ହେବ କ୍ଷୟ କ୍ଷତି | ଆସନ୍ତାକାଲି ଠାରୁ କ୍ଷୟ କ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଧେଶ | କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | 72 ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀ ଙ୍କୁ ଅଣାଯିବ | ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରି | ଅନଲାଇନ ରେ ତୁରନ୍ତ ଦିଆଯିବ କ୍ଷତି ପୂରଣ | 31 ତାରିଖ ଯାଏଁ ସତର୍କ ରହିବାକୁ ପଡିବ | ଆସନ୍ତାକାଲି କିଛି ଜାଗାରେ ବର୍ଷା ଅଛି | ଗଜପତି ଜିଲ୍ଲା ର ଗୋଶାଣୀ ବ୍ଲକ ରେ ସର୍ବାଧିବ 150 ମିଲିମିଟର ବର୍ଷା ହୋଇଛି | 56 ଟା ବ୍ଲକ ରେ 50 ରୁ 100 ମିଳିମିଟର ବର୍ଷା ହୋଇଛି | 161 ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ | 2164 ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ 19 ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା | 2189 ଜଣ ଗର୍ଭବତୀ ଙ୍କୁ ସ୍ଥାନାନ୍ତର କରାଯାଇଥିଲା | ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା | ନିରବଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି | ଗଛ କାଟି ରାସ୍ତା ସଫା କରାଯାଇଛି | 33 ଟି ବ୍ଲକ ଓ 11 ଟି ସହରାଞ୍ଚଳ ପ୍ରଭାବିତ ହୋଇଛି | 362 ଟି ଜାଗାରେ 18 ହଜାର 762 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି | 29 ଅକ୍ଟୋବର ଆଜିର ଦିନରେ 1999 ମସିହା ରେ ମହାବାତ୍ୟା ଆସିଥିଲା | IMD ର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମନ୍ଥା 29 ତାରିଖ ରେ ହେବାର ଥିଲା | ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି | ବାତ୍ୟା ଦିଗ ପରିବର୍ତ୍ତନ କଲା ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା ବୋଲି ସୁରେଶ ପୂଜାରୀ କହିଛନ୍ତି।