• Home
  • ଅପରାଧ
  • ନିର୍ବାଚନି ହିଂସା ରୋକିବାକୁ ଡିଜିପିଙ୍କ ବୈଠକ, ୩୦ ଦିନ ଭିତରେ ଆସିବ ଖଲିକୋଟ ହିଂସାରେ ଗିରଫ ଅଭିଯୁକ୍ତଙ୍କ ଚାର୍ଜସିଟ୍
Image

ନିର୍ବାଚନି ହିଂସା ରୋକିବାକୁ ଡିଜିପିଙ୍କ ବୈଠକ, ୩୦ ଦିନ ଭିତରେ ଆସିବ ଖଲିକୋଟ ହିଂସାରେ ଗିରଫ ଅଭିଯୁକ୍ତଙ୍କ ଚାର୍ଜସିଟ୍

ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ପୋଲିସ ତପ୍ତର‌ତା ପ୍ରକାଶ କରିଛି । ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଭିଡିଓ କନଫେରେନସ ଜରିଆରେ ପୋଲିସ ଡିଜିପି ଅରୁଣା କୁମାର ଷଡଙ୍ଗୀ ଜିଲ୍ଲା ଏସିପିଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଇନଶୃଙ୍ଖଳା ନେଇ ଡିଜିପି ଆଲୋଚନା କରି କହିଛନ୍ତି ପ୍ରତିକ୍ରିୟାରେ ଡିଜିପି ଶ୍ରୀ ଷଡଙ୍ଗୀ କହିଛନ୍ତି, ସମସ୍ତ ଜିଲ୍ଲାର ଆଇନ ଶୃଙ୍ଖଳା ନେଇ ଆଉ ଥରେ ରିଭ୍ୟୁ କରାଯାଇଛି । ଖଲ୍ଲିକୋଟ ନିର୍ବାଚନୀ ହିଂସା ସମୟରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଆଉ ଯେଉଁମାନେ ଅଭିଯୁକ୍ତ ରହିଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ୯ଗିରଫ ଅଭିଯୁକ୍ତ କୋର୍ଟ ଫର ଓ୍ବାର୍ଡ ସମୟରେ ଗାଁ ଲୋକେ ବିରୋଧ କରିଥିଲେ। ସେଠାରେ ୧୪୪ ଧାରା‌ ଜାରି ରହିଛି । ଘଟଣାକୁ ଗୁରୁତର ସହ ନେଇଛୁ ଆଉ କୌଣସି ହିଂସାକାଣ୍ଡ ଯଦି ହୁଏ ଦୃଢ଼ ହସ୍ତରେ ଦମନ ପାଇଁ ସବୁ ଜିଲ୍ଲା ଥାନାକୁ ନିର୍ଦ୍ଦେଶ ରହିଛି । ଖଲ୍ଲିକୋଟ ଘଟଣାରେ ଏସ ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ କରି ଅନ୍ୟ ଅଭିଯୁକ୍ତକୁ ଗିରଫ କରିବେ । ଏପରିକି ସାଇଣ୍ଟିଫିକ ଡିଜିଟାଲ ଇନଭେଷ୍ଟିଗେସନ କରି ସମର୍ଥ ତଥ୍ୟ ପ୍ରମାଣ ଯୋଗାଡ଼ କରିବେ। ୩୦ଦିନି ଭିତରେ ଚାର୍ଜସିଟ୍ କରିବା ସହ ଯେପରି ଶୀଘ୍ର ଟ୍ରାୟଲ ଆରମ୍ଭ ହୋଇ ଶୀଘ୍ର ସରିବ ସେନେଇ ରେଞ୍ଜ ଆଇଜି ଓ ଡିଅଆଜିଙ୍କୁ କୁହାଯାଇଛି।

ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ଘଟଣା ନେଇ ଡିଜିପି କହିଛନ୍ତି, ୧୫ତାରିଖ ରାତିରେ ଯେଉଁ ଘଟଣା ଘଟିଥିଲା, ସେନେଇ ୯ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖଲ୍ଲିକୋଟ ନିର୍ବାଚନୀ ହିଂସା ସମୟରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ଆଉ ଯେଉଁମାନେ ଅଭିଯୁକ୍ତ ରହିଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ୯ଗିରଫ ଅଭିଯୁକ୍ତ କୋର୍ଟ ଫର ଓ୍ବାର୍ଡ ସମୟରେ ଗାଁ ଲୋକେ ବିରୋଧ କରିଥିଲେ। ସେଠାରେ ୧୪୪ ଧାରା‌ ଜାରି ରହିଛି। ଘଟଣାକୁ ଗୁରୁତର ସହ ନେଇଛୁ । ଆଉ କୌଣସି ହିଂସାକାଣ୍ଡ ଯଦି ହୁଏ ଦୃଢ଼ ହସ୍ତରେ ଦମନ ପାଇଁ ସବୁ ଜିଲ୍ଲା ଥାନାକୁ ନିର୍ଦ୍ଦେଶ ରହି ଛି। ଖଲ୍ଲିକୋଟ ଘଟଣାରେ ଏସ ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Releated Posts

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଏଆଇ ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଆଜି ରାୟଗଡ଼ା ଜିଲାର…

ByByutkalamirror.comJun 18, 2025

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଗଡ଼ିଲା ମୁଣ୍ଡ, ବରିଷ୍ଠ ସେବାୟତଙ୍କୁ ହତ୍ୟା

ସ୍ନାନ ପୂର୍ଣ୍ଣିମା ପାଇଁ ଆଜି ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼। ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଗଜାନନବେଶରେ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହୋଇଛି…

ByByutkalamirror.comJun 11, 2025

୧୦ ଲକ୍ଷ ଲାଞ୍ଚ ନେଉଥିଲେ, ଆଇଏଏସଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ଧୀମନ ଚକ୍ମାଙ୍କୁ ଭିଜିଲାନ୍ସ ଲା଼ଚ ନେବା ବେଳେ ଧରିଛି । ସୂଚନା ଅନୁସାରେ,…

ByByutkalamirror.comJun 8, 2025

ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ୨.୫୧ କୋଟି ନଗଦ ଟଙ୍କା

 ଭିଜିଲାନ୍ସ ରେଡ  ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ରୁରାଲ ଓ୍ଵାର୍କ୍ସ (ଆରଡବ୍ଲୁ) ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି…

ByByutkalamirror.comMay 30, 2025

Leave a Reply

Your email address will not be published. Required fields are marked *