ଜମ୍ମୁ କଶ୍ମୀର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରିଜର ଲୋକାର୍ପଣ କରିଛନ୍ତି
ବୈଷ୍ଣୋଦେବୀ ପୀଠକୁ ଯିବା ଏହା ଦ୍ୱାରା ସୁଗମ ହେବ । ଶ୍ରୀ ମାତା ବୈଷ୍ଣୋଦେବୀ କଟରା ରେଳଷ୍ଟେସନ ପର୍ଯ୍ୟନ୍ତ ଯିବ ଟ୍ରେନ ।
ଏହା ଆଇଫିଲ୍ ଟାଓ୍ୱାର ଓ କୁତବ ମିନାରଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ ।
୩୫୯ ମିଟର୍ ଉଚ୍ଚତା ଏବଂ ୧ ହଜାର ୩୧୫ ମିଟର ଦୈର୍ଘ୍ୟର ଅତ୍ୟାଧୁନିକ ସେତୁ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୧୫ ଶହ କୋଟି ଟଙ୍କା।
ଏହି ସେତୁ ଉପର ଦେଇ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ ବୋଲି କୁହାଯାଉଛି।
ଚେନାବ୍ ବ୍ରିଜ୍ ସହ ଅଞ୍ଜି ବ୍ରିଜର ମଧ୍ୟ ଲୋକାର୍ପଣ ହୋଇଛି। ଦେଶର ପ୍ରଥମ କେବଲ ଷ୍ଟେ ରେଲୱେ ବ୍ରିଜ୍ ହେଉଛି ଅଞ୍ଜି ବ୍ରିଜ୍। ଚେନାବ ନଦୀ ଉପରେ ଏହା ହେଉଛି ଉଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଲ୍ ଲିଙ୍କ୍ ପ୍ରୋଜେକ୍ଟ ।
ଏହା ହେଉଛି ଏକ ଷ୍ଟିଲ୍ ଆର୍କ ଡିଜାଇନ୍ । ଏଥିରେ ଷ୍ଟ୍ରକଚରାଲ୍ ଷ୍ଟିଲ ଡିଜାଇନକୁ ଏପରି କରାଯାଇଛି, ଏହା ମାଇନସ୍ ୧୦ ଓ ୪୦ ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ସହ୍ୟ କରିପାରିବ । ତେଣୁ ବର୍ଷର ଯେ କୌଣସି ସମୟରେ ଏହି ବ୍ରିଜରେ ରେଳ ଚଳାଚଳ କରିପାରିବ । ତାପମାତ୍ରା କମିଲେ କି ବଢିଲେ, କିଛି ଫରକ ପଡିବନି । ଏହାର ଷ୍ଟ୍ରକ୍ଚର ନିର୍ମାଣ ବେଳେ ଅତ୍ୟାଧୁନିକ ଟେକଲା ସଫ୍ଟୱେର୍ ପ୍ଲାଟଫର୍ମ ବ୍ୟବହାର କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ବ୍ରିଜରେ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ୨୬୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ବ୍ରିଜ୍ ସମ୍ଭାଳି ପାରିବ । ଏହି ବ୍ରିଜର ଆୟୁଷ ୧୨୦ ବର୍ଷ ବୋଲି କୁହାଯାଇଛି । ବିଶ୍ୱସ୍ତରର ବିଭିନ୍ନ ବଡ ବଡ ସଂସ୍ଥା ଓ ଭାରତର ବିଭିନ୍ନ IIT, DRDO ଓ ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସହଯୋଗରେ ଏହା ନିର୍ମିତ ହୋଇଛି । ଏଥିରେ ୧୭ଟି ସ୍ପାନ ରହିଛି । ମୁଖ୍ୟ ଆର୍କର ଲମ୍ୱ ହେଉଛି ୪୬୭ ମିଟର ।