ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍ସରେ ଛାତ୍ରୀ ଜଣକ ଚିକିତ୍ସିତ ହେଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ଆକାଉଣ୍ଟ ଜରିଆରେ ଜଣାଇ ଦୁଃଖ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଓ ବିଶେଷଜ୍ଞ ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଛାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ମୃତ ଆତ୍ମାର ସଦଗତି ଓ ପରିବାରଙ୍କୁ ଶକ୍ତି ପ୍ରଦାନ କରନ୍ତୁ।ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ, ମାମଲାର ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ କରାଯିବ। ସେ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତଦନ୍ତ ଶୀଘ୍ର ଶେଷ କରି ନ୍ୟାୟ ସୁନିଶ୍ଚିତ କରାଯିବ।