କମିଲା ସୁନା ଦର



ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୋମବାର ଅର୍ଥାତ୍‌ ମେ’ ୧୨ ତାରିଖରେ କମିଛି ସୁନା ଦର। ଗତ କିଛି ଦିନ ହେବ ସୁନା ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୬,୮୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୬୮୦ ଥିଲା । ଏଥିରେ ୧୮୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୮,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୫୦ ଟଙ୍କା ଥିଲା । ଏଥିରେ ୧୬୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୨,୬୬୦ ଟଙ୍କା ରହିଛି । ଗତକାଲି ଏହା ୭୪,୦୧୦ ଟଙ୍କା ଥିଲା । ଏଥିରେ ୧୩୫୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୯୦୦ ରହିଛି । ଗତକାଲି ଏହା ୧୧,୧୦୦ ଥିଲା । ଏଥିରେ ୨୦୦ ଟଙ୍କା ହ୍ରାସ ହୋଇଛି ।