ବଡ଼ଦାଣ୍ଡରେ ଅଟକିଲା ନନ୍ଦିଘୋଷ । ଶ୍ରୀନଅର ନିକଟରେ ଶ୍ରୀ ଜଗନ୍ନାଥଙ୍କୁ ଭେଟିଲେ ଲକ୍ଷ୍ମୀ ସାଆନ୍ତାଣି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ନୀ ନାରାୟଣ ଭେଟ ହୋଇଛି । ମହାଜନ ସେବକ ମାନେ ଲକ୍ଷ୍ମୀ ନାରାୟଣଙ୍କୁ ପାଟବସ୍ତ୍ର, ପୁଷ୍ପ, ଅଳଙ୍କାଳରେ ବେଶ କରାଇ ସାତ ପାହାଚ ଦ୍ବାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କିକୁ ଆନନ୍ଦ ବଜାର ସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଇଥିଲା । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହେବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ ମହାପ୍ରଭୁଙ୍କ ନିକଟରେ ପହଞ୍ଚିଥିଲା । ଶ୍ରୀନଅର ସିଂହଦ୍ବାରରେ ଗଜପତି ମହାରାଜ ଉପସ୍ଥିତ ରହି ଲକ୍ଷ୍ମୀ ନାରାୟଣ ଭେଟ କରାଇଥିଲେ ।
ଦହିପଟି ମୋହଣି ପରେ ଗଡପତିଙ୍କ ହସ୍ତରେ ମା’ ଲକ୍ଷ୍ମୀ ବିଜେ ହୋଇ ଜଗନ୍ନାଥଙ୍କ ସହ ଭେଟ ହୋଇଛନ୍ତି । ଏହାପରେ ମହାପ୍ରଭୁଙ୍କ ଠାରୁ ଅଧର ଚମ୍ବୁତ ମାଳ ମିଳିଛି । ହେଲେ ମହାପ୍ରଭୁ ରଥରେ ନେଇ ନଥିବାରୁ ଅଭିମାନ କରିଛନ୍ତି ଚଞ୍ଚଳା ।ଭକ୍ତି ରସରେ ବୁଡି ଶରଧାବାଲିରେ ନୃତ୍ୟ ପାରମ୍ପରିକ ନୃତ୍ୟରେ ଭକ୍ତିଅର୍ଘ୍ୟ ଅର୍ପଣ କରୁଛନ୍ତି ନୃତ୍ୟଶିଳ୍ପୀ । ଭକ୍ତି ରସରେ ବୁଡି ଶରଧାବାଲିରେ ନୃତ୍ୟ କରୁଛନ୍ତି ଭକ୍ତ । ପବିତ୍ର ବାହୁଡା ଯାତ୍ରା ଅବସରରେ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ବାହୁଡିଥିଲେ ତିନି ଠାକୁର । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୋଟି ପୂର୍ଣ୍ଣ ଲଭିଥିଲେ ଭକ୍ତ । ଚକାଆଖିକୁ ବେନିନୟନରେ ଦେଖି ପ୍ରାଣ ପୁରିଉଠିବ । ଆରମ୍ଭ ହୋଇଯାଇଛି ପହଣ୍ଡି ନୀତି । ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତ ଭିଡ ଜମାଇଥିଲେ ।
ଆଜି ପୁଣି ଭକ୍ତ ଓ ଭଗବାନଙ୍କ ହୋଇଥିଲା ମହାମିଳନ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନିଜକୁ ଧନ୍ୟମନେ କରିଥିଲେ ଭକ୍ତ । ଭାବବିହ୍ୱଳ କଣ୍ଠରେ ଗଗନ ପବନରେ କମ୍ପିଉଠିବ ଜୟ ଜଗନ୍ନାଥ ନାରା । ଅଶ୍ରୁଳ ଆଖିରେ ଚକାଆଖିକୁ ଦେଖି କୁଣ୍ଢେମୋଟ ହୋଇପଡିବ ଭକ୍ତ । ନିଜ ନୃତ୍ୟକଳାରେ ଭଗବାନଙ୍କୁ ଭକ୍ତି ପ୍ରେମର ସମର୍ପଣ ଜଣାଉଛନ୍ତି ଭକ୍ତ । କିଏ ରାଧାକୃଷ୍ଣ ବେଶ, କିଏ ଦୁର୍ଗା ବେଶରେ ତ ଆଉ କିଏ ଦକ୍ଷିଣକାଳୀ ବେଶରେ ନୃତ୍ୟ କରୁଛି । କୁହାଯାଏ ଦକ୍ଷିଣ କାଳୀ ପ୍ରଭୁ ଜଗନ୍ନାଥ ଆଉ ଏକ ରୂପ । ଭଗବାନଙ୍କ ଭକ୍ତିରେ ଆଜି ସମସ୍ତେ ଏକାଠି ।