Skip to content
Utkala Mirror I Odisha News, Latest Odia News

Utkala Mirror I Odisha News, Latest Odia News

Reflecting Odisha, Illuminating Truth

  • Crime
  • India & Beyond
  • Odisha News
  • Politics
  • Science
  • Sports
  • Technology

Category Collection

Politics38 News
Science4 News
Technology4 News
  • Home
  • Odisha News
  • Politics
  • CrimeStay updated with Odisha’s latest crime reports, investigations, and legal developments only on Utkala Mirror.
  • Sports
  • Entertainment
  • India & Beyond
  • Business
  • Science
  • Technology
Headlines
  • ମନମୋହନଙ୍କ ନୂଆ ଟିମ

    2 hours ago
  • ନୂଆପଡ଼ା ଉପନିର୍ବାଚନ, ବିଜେଡିର ୫୨ଜଣିଆ ପ୍ରଚାରକ କମିଟି

    2 hours ago
  • ସ୍ନେହାଙ୍ଗିନୀ ବିଜେଡି ପ୍ରାର୍ଥୀ , ନବୀନ ନୂଆପଡାରେ ପ୍ରଚାର କରିବେ

    1 day ago
  • ୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ ମିଳିବ କାର ସବସିଡି

    2 days ago
  • ଜନ୍ମଦିନରେ ପଦଯାତ୍ରା କରିବେ ନବୀନ ପଟ୍ଟନାୟକ

    3 days ago
  • ୩ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ

    3 days ago
  • ପଶ୍ଚିମବଙ୍ଗ ପୀଡିତାଙ୍କ ମା ଓ ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

    3 days ago
  • ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେବାକୁ ବରିଷ୍ଠଙ୍କୁ ନବୀନଙ୍କ ନିର୍ଦ୍ଦେଶ

    4 days ago
  • ଗାଡ଼ି ଚାଲାଣ ଫାଇନ୍‌ ଅଧା: ଜୁଲାଇ ୩୧ ପୂର୍ବରୁ ଇ-ଚାଲାଣରେ ୫୦% ରିହାତି

    6 days ago
  • କେନ୍ଦ୍ରୀୟ ଡେପୁଟେସନ ପରେ ୩ ଆଇଏଏସଙ୍କୁ ରିଲିଭ୍ ଅନୁମତି

    6 days ago
  • Home
  • Odisha News
  • ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀଙ୍କ ସହ ମୁଖ୍ୟମନ୍ତ୍ରୀ
  • Odisha News

ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀଙ୍କ ସହ ମୁଖ୍ୟମନ୍ତ୍ରୀ

utkalamirror.com4 months ago01 mins
ପ୍ରଥମ ବର୍ଷ ଥିଲା ପ୍ରତିଶ୍ରୁତି ପାଳନର ବର୍ଷ, ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ବାନ୍ଧିବାର ବର୍ଷ – ମୁଖ୍ୟମନ୍ତ୍ରୀ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ମହତ୍ବପୂର୍ଣ୍ଣ ହେଲେ ସାଧାରଣ ଜନତା। ଜନତାର ପ୍ରତ୍ୟେକବର୍ଗର ଲୋକେ ହେଉଛନ୍ତି ଗଣତାନ୍ତ୍ରିକ ପଦ୍ଧତିର ଅଂଶ ବିଶେଷ। ଏହି ଏକ ବର୍ଷ  ଥିଲା ଲୋକଙ୍କ ଆଶା-ଆକାଂକ୍ଷା ପୂରଣ କରିବାର ବର୍ଷ ଏବଂ ଏହି ବର୍ଷ ଥିଲା ସରକାର-ଜନ ସାଧାରଣଙ୍କ ମଧ୍ୟରେ ଥିବା ଖାଇକୁ ଦୂର କରି ସେତୁ ବାନ୍ଧିବାର ବର୍ଷ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟର ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀମାନଙ୍କ ସହିତ ଭାବ ବିନିମୟ ଅବସରରେ କହିଛନ୍ତି।

ବୈଠକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଏକ ବର୍ଷ ମଧ୍ୟରେ ଆମ ସରକାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଆମେ ଲୋକଙ୍କ ପାଖରେ କିଭଳି ପହଁଚିବୁ, ଏବଂ ଏହାକୁ ଆମେ ସଫଳ କରି ଦେଖାଇଛୁ। ବଜେଟ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଏ ସମସ୍ତ କାର୍ଯ୍ୟର ମୁଲ୍ୟାଙ୍କନ ଆଜି ଜନସାଧାରଣ କରୁଛନ୍ତି। ପ୍ରତ୍ୟେକ କାର୍ଯ୍ୟ ହାତକୁ ନେବା ପୂର୍ବରୁ ଆଜି ସରକାର ଲୋକମାନଙ୍କ ମତ ନେଉଛନ୍ତି ଏବଂ ତାଙ୍କ ଫିଡବ୍ୟାକ ଆଧାରରେ ହିଁ ସରକାର ସମସ୍ତ ନୀତି ପ୍ରଣୟନ କରୁଛନ୍ତି ।

ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିବା କାର୍ଯ୍ୟ ସହିତ ଅନେକ ଅଭିନବ ପରିକଳ୍ପନାକୁ ରୂପାୟିତ କରାଯାଇଛି। ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ ହେଉ ଅବା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଆ ସଂସ୍କୃତିକୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପ୍ରତିପାଦିତ କରିବା ହେଉ, ସବୁଥିରେ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ବର୍ଷକ ସମୟ, ଗୋଟିଏ ସରକାର ପାଇଁ କେବଳ ଅୟମାରମ୍ଭ ମାତ୍ର । ଓଡ଼ିଶାର ସାଂସ୍କୃତିକ ବିଭବକୁ ବିଶ୍ଵସ୍ତରରେ ପ୍ରତିପାଦିତ କରିବା ପାଇଁ ଆମ ସରକାର ଆଗାମୀ ଦିନରେ ମଧ୍ୟ ନିରନ୍ତର ପ୍ରୟାସ ଜାରୀ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ସେ କହିଥିଲେ ଯେ, ଆଗାମୀ ଦିନରେ ୨୧ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ସ୍ଵାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ବର୍ଷବ୍ୟାପୀ କରାଯାଉଛି। କେବଳ ପ୍ରତିମୂର୍ତ୍ତି ଅନାବରଣ ନୁହେଁ, ଆଗାମୀ ଦିନରେ ଏହିଭଳି ମହାନ ବରପୁତ୍ରମାନଙ୍କ ଜନ୍ମସ୍ଥାନରେ ସ୍ମୃତି ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ଶିଶୁ ଉଦ୍ୟାନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ରାଜ୍ୟରେ ପ୍ରାୟ ଶହେରୁ ଦେଢଶହ ଗ୍ରାମ, ଯେଉଁଠି ମହାପୁରୁଷ ଓ ମହୀୟସୀମାନେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ କରି ତୋଳିବୁ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଭରଷା ଓ ଦୃଢ ଇଚ୍ଛାଶକ୍ତି ବଳରେ ଆଜି ଓଡିଶା ନିଜ ଅସ୍ମିତା ପାଇଁ ଅନେକ ପଦକ୍ଷେପ ନେଇଛି। ଆଜି ପ୍ରତ୍ୟେକ ସୃଜନଶୀଳତାକୁ ମିଳୁଛି ପରିଚୟ। କଳା ସଂସ୍କୃତି ର ବିକାଶ ହୋଇ ଏହା ଜନାଦୃତ ହୋଇ ପାରୁଛି କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତକ “ସଂସ୍କୃତି ରୁ ସମୃଦ୍ଧି” ଉନ୍ମୋଚନ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀଶ୍ରୀମତୀ ପ୍ରଭାତୀ ପରିଡ଼ା, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟକେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

Share this:

  • Click to share on WhatsApp (Opens in new window) WhatsApp
  • Post

Like this:

Like Loading...

Related

Tagged: Chief Minister Mohan Charan Majhi Cultural Heritage development initiatives Odisha government Public Engagement

Post navigation

Previous: ରତିପାହିଲେ ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
Next: ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Related News

ମନମୋହନଙ୍କ ନୂଆ ଟିମ

utkalamirror.com2 hours ago 0

ନୂଆପଡ଼ା ଉପନିର୍ବାଚନ, ବିଜେଡିର ୫୨ଜଣିଆ ପ୍ରଚାରକ କମିଟି

utkalamirror.com2 hours ago 0

୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ ମିଳିବ କାର ସବସିଡି

utkalamirror.com2 days ago 0

୩ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ

utkalamirror.com3 days ago 0

Explore Topics

Tag Clouds

#CMO Bhubaneswar bjp odisha Business Featured Lifestyle Mohan Charan Majhi Odisha Odisha government odisha news Odisha politics puri Rath Yatra Technology World

About Us

We basically center on quality News and rich information with unimaginable data. Our subjects and Plans enable you to make an elegant, proficient and simple to preserve site in no time at all.

  • Utkala Mirror

Categories

  • Crime
  • India & Beyond
  • Odisha News
  • Politics
  • Science
  • Sports
  • Technology

Recent News

  • ମନମୋହନଙ୍କ ନୂଆ ଟିମ
  • ନୂଆପଡ଼ା ଉପନିର୍ବାଚନ, ବିଜେଡିର ୫୨ଜଣିଆ ପ୍ରଚାରକ କମିଟି
  • ସ୍ନେହାଙ୍ଗିନୀ ବିଜେଡି ପ୍ରାର୍ଥୀ , ନବୀନ ନୂଆପଡାରେ ପ୍ରଚାର କରିବେ
  • ୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ ମିଳିବ କାର ସବସିଡି
  • ଜନ୍ମଦିନରେ ପଦଯାତ୍ରା କରିବେ ନବୀନ ପଟ୍ଟନାୟକ

Archives

  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • October 2024
  • September 2024
  • June 2024
  • May 2024
  • January 2024
  • September 2022
  • March 2022
  • February 2022
  • January 2020

Categories

  • Crime
  • India & Beyond
  • Odisha News
  • Politics
  • Science
  • Sports
  • Technology

Popular Opinions

The power of social media is it forces necessary changes

Tafi Mhaka

The power of social media is it forces necessary changes

Tafi Mhaka

The power of social media is it forces necessary changes

Tafi Mhaka

About Us

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's standard dummy text ever since the 1500s,

Our Location:

Address:
8500, BHUBANESWArR
Social
Follwo us via: Twitter, Facebook
info@utkalamirror-com.com

Business

Politics

Technology

Lifestyle

Travel

Entertainment

UTKAL MIRROR. All Rights Reserved.
  • Advertise
  • About Us
  • Privacy Policy
 

    %d