ବିଜେଡିରୁ ସୁନିତା ବିଶ୍ୱାଳଙ୍କ ଇସ୍ତଫା

 ବିଜେଡିକୁ ବୁଧବାର ଶକ୍ତ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ୱାଳ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସୁନିତା ବ୍ୟକ୍ତିଗତ କାରଣରୁ ଦଳ ଛାଡୁଥିବା ଦର୍ଶାଇଛନ୍ତି। ସେ ସୁପ୍ରିମୋଙ୍କୁ ପ୍ରଦାନ କରିଥିବା ପତ୍ରରେ ଉଲେ୍ଲଖ କରିଛନ୍ତି ଯେ, ଆପଣ ମୋତେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞ। ବିଜୁ ଜନତା ଦଳରେ ରହିବା ସମୟ ମଧ୍ୟରେ ମୁଁ ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ସହିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି। ମୁଁ ଆଶା କରୁଛି ବିଜେଡି ଆଗାମୀ ଦିନରେ ଅଧିକ ଲୋକାଭିମୁଖୀ ହେବ। ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଏମପି ଆସନରୁ ସୁନିତା ଲଢ଼ିଥିଲେ ହେଁ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ