ତିରୁଚି ଶିବା ହୋଇପାରନ୍ତି ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ

ବିଜେପି ନେତୃତ୍ୱାଧୀନ ଏନଡିଏ ରବିବାର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାମିଲନାଡୁର ରାଜନେତା ସିପି ରାଧାକ୍ରିଷ୍ଣନଙ୍କୁ ଚୟନ କରିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ସିପି ରାଧାକ୍ରିଷ୍ଣନ ଆଜି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିଜେପି ତାମିଲନାଡୁର ରାଧାକ୍ରିଷ୍ଣନଙ୍କୁ ଚୟନ କରି ଦକ୍ଷିଣୀ କାର୍ଡ ଖେଳିଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ବିରୋଧୀ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ସେହି ତାମିଲନାଡୁରୁ ଜଣଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଡିଏମକେର ରାଜ୍ୟସଭା ସାଂସଦ ତିରୁଚି ଶିବାଙ୍କ ନାଁ ସବୁଠାରୁ ଆଗରେ ରହିଛି। ଡିଏମକେ ପକ୍ଷରୁ ଶିବାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।