ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ

ଆସନ୍ତା ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଜବତ ହୋଇଥିବା ବେଳେ ୧୪ କୋଟି ୩୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି। ସମୁଦାୟ ଜବତ ଜନିଷର ମୂଲ୍ୟ ୨୫୪ କୋଟି ଟଙ୍କା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ସବୁଠାରୁ ଅଧିକ ବରଗଡ଼ରେ ୧ କୋଟି ୨୬ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୦ ଲକ୍ଷ, ବଲାଙ୍ଗୀରରେ ୩୫ ଲକ୍ଷ, କନ୍ଧମାଳ ୩୬ ଲକ୍ଷ ଓ ଆସ୍କାରୁ ୧୩ ଲକ୍ଷ ଟଙ୍କାର କ୍ୟାସ ଜବତ ହୋଇଛି । ବରଗଡ଼ରୁ କେବଳ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି।

One thought on “ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ

  1. After examine a number of of the weblog posts in your web site now, and I really like your means of blogging. I bookmarked it to my bookmark web site record and will probably be checking back soon. Pls check out my website online as well and let me know what you think.

Leave a Reply

Your email address will not be published. Required fields are marked *