ନେଦରଲ୍ୟାଣ୍ଡ : ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି। ଇଚ୍ଛାମୃତ୍ୟୁ ପାଇଁ ନେଦରଲାଣ୍ଡରେ ସ୍ୱୀକୃତି ପାଇଥିବା ଏହି ୨୯ ବର୍ଷୀୟା ଡଚ୍ ଯୁବତୀ ଜଣକ ହେଉଛନ୍ତି ଜୋରାୟା ଟର ବିକ୍।
ଶାରୀରିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜୋରାୟାଙ୍କ ସମସ୍ୟା ହେଉଛି ସେ ଦୀର୍ଘବର୍ଷ ହେବ ମାନସିକ ଅବସାଦ ବା ଡିପ୍ରେସନର ଶିକାର ହୋଇଛନ୍ତି। ପିଲା ବେଳୁ ହିଁ ସେ ଏହି ସମସ୍ୟା ସହ ସଂଘର୍ଷ କରି ଆସୁଥିବା ବେଳେ ଏଥିରୁ ମୁକ୍ତି ପାଇ ପାରୁ ନାହାନ୍ତି। ଜୋରାୟାଙ୍କ ଦୁନିଆ କହିଲେ ତାଙ୍କ ପୁରୁଷ ବନ୍ଧୁ। ପ୍ରେମରେ ପଡ଼ିବା ପରେ ଡିପ୍ରେସନରୁ ମୁକୁଳି ପାରିବେ ବୋଲି ଜୋରାୟା ଭାବିଥିଲେ। ମାତ୍ର ତାହା ବି କିଛି କାମ ଦେଲାନି। ମାନସିକ ଅବସାଦଜନିତ ରୋଗ ଦିନକୁ ଦିନ ଅଧିକ ସଙ୍ଗୀନ ହେବାକୁ ଲାଗିଲା।
ଏଥିରେ ଅତିଷ୍ଠ ହୋଇ ଶାନ୍ତି ପାଇବାକୁ ସେ ନେଦରଲାଣ୍ଡ କୋର୍ଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ପ୍ରାୟ ସାଢେ ୩ ବର୍ଷର ଆଇନଗତ ଲଢ଼େଇ ପରେ ଜୋରାୟାଙ୍କ ସପକ୍ଷରେ ରାୟ ଆସିଛି। ବହୁ ତର୍କବିତର୍କ ପରେ ନେଦରଲାଣ୍ଡରେ ୨୦୦୨ ମସିହାରୁ ଇଚ୍ଛାମୃତ୍ୟୁକୁ ଆଇନଗତ ସ୍ୱୀକୃତି ମିଳି ସାରିଛି।

80jilinet is where I go to chill and play. The site’s cool, and I’ve been lucky a couple of times. Giving it a thumbs up! Go check: 80jilinet
Rattling nice design and fantastic content, very little else we require :D.