କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ଆଉ ଏକ ସ୍ୱରୂପ

କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ଆଉ ଏକ ବିରଳ ବ୍ୟାଧି ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ଏହି ଟିକାରେ ଆଉ ଏକ ବିରଳ ରକ୍ତ ବ୍ୟାଧି ଥିବା ଅନୁସନ୍ଧାନରୁ ଜଣାପଡିଛି। କମ୍ପାନୀ ବଜାରରୁ ଟିକା ପ୍ରତ୍ୟାହାର କରିନେବାର ସପ୍ତାହ ପରେ ଏପରି ରିପୋର୍ଟ କରିଛନ୍ତି ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଶିଲ୍ଡ ବ୍ରାଣ୍ଡ ନାମରେ ଭାରତରେ ବିକ୍ରି ହୋଇଥିବା ଆଷ୍ଟ୍ରାଜେନେକା ଟିକା ଏକ ବିରଳ ରକ୍ତ ଜମାଟ ସହ ଜଡିତ, ଯାହାକୁ ଭ୍ୟାକ୍ସିନ୍-ଇଣ୍ଡିଉସ୍ଡ ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ ଆଣ୍ଡ ଥ୍ରୋମ୍ବୋସିସ୍ (VITT) କୁହାଯାଉଛି।
ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ୟୁନିଭରସିଟିର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିଛନ୍ତି। ଅନୁସନ୍ଧାନର ଫଳାଫଳ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛି। ଅନୁସନ୍ଧାନ ଅନୁସାରେ, VITT ୨୦୨୧ରେ କୋଭିଡ-୧୯ ମହାମାରୀ ସମୟରେ ଦେଖା ଯାଇଥିଲା, ବିଶେଷକରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନେବା ପରେ ଏହି ବିରଳ ପ୍ରକାର ରକ୍ତ ବ୍ୟାଧି ଦେଖାଯାଇଥିଲା

2 thoughts on “କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ଆଉ ଏକ ସ୍ୱରୂପ

  1. Pretty portion of content. I just stumbled upon your web site and in accession capital to assert that I get in fact loved account your weblog posts. Anyway I will be subscribing on your feeds or even I fulfillment you get entry to constantly fast.

Leave a Reply

Your email address will not be published. Required fields are marked *